ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଯାଜପୁର: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଇଡକୋ ବିଭାଗ ପାଣ୍ଠିରୁ ଧର୍ମଶାଳା ବ୍ଲକର ଆରୁହା ପଞ୍ଚାୟତକୁ ୧କୋଟି ୨୮ଲକ୍ଷ ୯୧ ହଜାର ୬୧୩ ଟଙ୍କା, ମହିଶରା ପଞ୍ଚାୟତର ବରଡାକୁ ୧କୋଟି ୧୫ଲକ୍ଷ ୪୫ ହଜାର ୯୨୮ଟଙ୍କା, ଅଞ୍ଜିରା-୧କୁ ୧କୋଟି ୧୦ଲକ୍ଷ ୫୫ହଜାର ୯୮୯ଟଙ୍କା ଏବଂ ଅଞ୍ଜିରା-୨କୁ ୪୫ଲକ୍ଷ ୫୩ ହଜାର ୮୩୨ଟଙ୍କା ବ୍ୟୟ ଅଟକଳରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଧାଂଶୁ ଭୂଷଣ ସାହୁ, ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା, ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସ୍ମୃତିରେଖା ବେହେରା, ୧୪ନଂ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଯୋଗ ଦେଇଥିଲେ।

Comments are closed.