ସଂଯୋଗ ଅନୁଷ୍ଠାନ ଦ୍ୱାରା ଜୀବନ କୌଶଳ ଶିକ୍ଷା ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଯାଜପୁର : ସ୍ୱେଚ୍ଚ୍ଥାସେବା ଅନୁଷ୍ଠାନ ସଂଯୋଗ, ୟୁନିସେଫ ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ କମିଟିର ମିଳିତ ସହଯୋଗରେ ଜିଲାସ୍ତରୀୟ ଜୀବନ କୌଶଳ ତାଲିମ କାର୍ଯ୍ୟକ୍ରମ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ପିଲାମାନେ ହେଉଛନ୍ତି ରାଷ୍ଟ୍ରର ସମ୍ପତ୍ତି । ସେମାନଙ୍କୁ ବାଧ୍ୟବାଧକତାରେ କୌଣସି କାର୍ଯ୍ୟ କରାଇବା ଉଚିତ ନୁହେଁ । ସେମାନେ କିପରି ନିର୍ଭୟ ହୋଇ ସେମାନଙ୍କର ଇଚ୍ଛା ଓ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିପାରିବେ ସେଥିପାଇଁ ପିତା, ମାତା, ଗୁରୁଜନ ଓ ଅନୁଷ୍ଠାନମାନେ ଯତ୍ନବାନ ହେବା ଆବଶ୍ୟକ। ଆମ ଜିଲାରେ ସଂଯୋଗ ଅନୁଷ୍ଠାନ ଏଭଳି ଏକ ବୃହତ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସଂଯୋଗର ସଦସ୍ୟ ସଂପାଦିକା ଶ୍ରୀମତୀ ରିନି ମହାନ୍ତି ସଭାରେ ଅଧ୍ୟକ୍ଷତା କରିବା ସହ ଉକ୍ତ ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଲକ୍ଷ୍ୟ, ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ କିପରି ନିଜ କ୍ୟାରିୟର ପ୍ରତି ସଚେତନ ହେବେ ଏବଂ ନିଜର ବିକାଶ ଦିଗରେ ଅଗ୍ରସର ହେବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସରକାରୀ ଏବଂ ବେସରକାରୀ ସ୍ତରରେ ଶିଶୁମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନିଆଯାଉଚ୍ଥି । ଏହାର ସପଂଳ ରୂପାୟନ ନିମନ୍ତେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଭାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ତାଙ୍କ ବକ୍ତବ୍ୟରେ ଶିଶୁ ମାନଙ୍କ ହିତ ପାଇଁ ସରକାରୀ ଯୋଜନା ଗୁଡିକ ସେମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଏଥିପାଇଁ ଅନୁଷ୍ଠାନ ଯତ୍ନବାନ ହେବା ଦରକାର ବୋଲି କହିଥିଲେ । ସଂଯୋଗର ପ୍ରକଲ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂ, ସଂଯୋଗ ଓ ଇଉନିସେପଂ ସହଯୋଗରେ ଶିଶୁ, କିଶୋରମାନଙ୍କ ପାଇଁ କ’ଣ ସୁଯୋଗ ରହିଛି ଏବଂ ଭବିଷ୍ୟତରେ ସେମାନେ କିପରି ସ୍ୱାବଲମ୍ୱି ହେବେ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ । ଶିଶୁ ମଙ୍ଗଳ କମିଟିର ସଦସ୍ୟ ସୁଭ୍ରାଂଶୁ ଶେଖର ରାୟ ଏବଂ ଡଃ ରୁଦ୍ର ନାରାୟଣ ପୃଷ୍ଟି ଶିଶୁମାନଙ୍କ ଭବିଷ୍ୟତ ଗଠନରେ ବିଭିନ୍ନ ଉଦାହରଣ ପ୍ରଦାନ ପୂର୍ବକ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ୟୁନିସେଫ ଟ୍ରେନର ଡଃ ମମତା ପ୍ରଧାନ ପିଲାମାନଙ୍କୁ ଜୀବନ କୈାଶଳ ସମ୍ୱନ୍ଧୀୟ ତାଲିମ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଅନ୍ୟତମ ବିଷୟ ବିଶାରଦ ସୁଭଦ୍ରା ପାଣିଗ୍ରାହୀ ଶିଶୁମାନଙ୍କ କ୍ୟାରିୟର ଗଠନର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଯୋଗର ପ୍ରକଳ୍ପ ସଂଯୋଜକ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.