ମହତ କାର୍ଯ୍ୟ : ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ

ଯାଜପୁର : ସୁକିନ୍ଦା ବ୍ଲକ ହାତୀବାରି ପଞ୍ଚାୟତର ଅନାଥ ଦୁଇ ଭଉଣୀଙ୍କ ଥଇଥାନର ଦାୟିତ୍ୱ ନେଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ହାତୀବାରି ପଞ୍ଚାୟତ ମହାଦେବ ଗାଁର ପାଢ଼ୀ ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ ଶିଶୁ କନ୍ୟା ଅନାଥ ହୋଇ ଯାଇଛନ୍ତି। ଏଭଳି ଦୁଃଖଦ ଖବର ଶୁଣି ବିଧାୟକ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି। ଫଳରେ ଦୁଇ ଭଉଣୀଙ୍କ ରହିବା ସହ ପାଠପଢ଼ାର ବ୍ୟବସ୍ଥା କରାଯିବ।

Comments are closed.