ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ, ପ୍ରତି ସପ୍ତାହରେ ଆୟୋଜନ ହେବ ନୃତ୍ୟ, ଗୀତ, ଚିତ୍ରାଙ୍କନ କାର୍ଯ୍ୟକ୍ରମ

 

ଯାଜପୁର: ଯାଜପୁର ଜିଲା ସଂସ୍କୃତି ପରିଷଦ ବୈଠକ ମଙ୍ଗଳବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଚକ୍ରୱର୍ୀ ସିଂହ ରାଠୋର ଜିଲାରେ ସଂସ୍କୃତିର ବିକାଶ, ସାଂସ୍କୃତିକ ଦଳମାନଙ୍କର ପ୍ରଗତି ଓ କଳାକାର ମାନଙ୍କର ଉନ୍ନତି ପାଇଁ ସଂସ୍କୃତି ପରିଷଦ ପକ୍ଷରୁ ନିୟମିତ ଭାବେ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ। କରୋନା ପାଇଁ ଗତ ୨ ବର୍ଷରୁ ଅଧିକ ସମୟ ଧରି ସଂସ୍କୃତି ପରିଷଦର କୈାଣସି କାର୍ୟ୍ୟକ୍ରମ ହୋଇପାରି ନାହିଁ । ତେଣୁ ବର୍ତ୍ତମାନ ଏହି ପରିଷଦକୁ ଆଉ ଗୋଟିଏ ଅବଧି ବୃଦ୍ଧି କରିବା ସହ ସଂସ୍କୃତିକୁ ଆଗେଇ ନେବାକୁ ସେ ବିବିଧ ପ୍ରସ୍ତାବମାନ ଦେଇଥିଲେ। ବିଶେଷ କରି ଯାଜପୁର ସହରର ଗୌତମ ବୁଦ୍ଧ ସଂସ୍କୃତି ଭବନ ଓ ଯାଜପୁର ରୋଡ ସଂସ୍କୃତି ଭବନ ଠାରେ ପ୍ରତି ସପ୍ତାହରେ ନୃତ୍ୟ, ଗୀତ, ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏଥିପାଇଁ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବାକୁ ଜିଲାାପାଳ ସୂଚନା ଦେଇଥିଲେ। ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଜିଲାରେ କଳା ଓ କଳାକାର ଏବଂ ସଂସ୍କୃତିକ ବିକାଶ ପାଇଁ ବିବିଧ ପଦକ୍ଷେପ ନିଆଯାଉଚ୍ଥି। ତେବେ କରୋନା ପାଇଁ ସବୁ କିଚ୍ଥି ବନ୍ଦ ଥିବାବେଳେ ପୁଣି ନୂଆ ଭାବେ ସମସ୍ତଙ୍କ ସହଯୋଗରେ ଏହାକୁ ଅଧିକ ଋଦ୍ଧିମନ୍ତ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରାରମ୍ଭରେ ଜିଲା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅଧିକାରୀ ଦୁର୍ୟ୍ୟୋଧନ ମଲିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ଗୈାତମ ବୁଦ୍ଧ ସଂସ୍କୃତି ଭବନର ପୁନରୁଦ୍ଧାର କାର୍ୟ୍ୟ ସରିଥିବାରୁ ଏହାର ସଂରକ୍ଷଣ ଦେୟ ବୃ୍ଦ୍ଧି ପାଇଁ ସଂସ୍କୃତି ପରିଷଦର ସଦସ୍ୟ ମାନେ ନିଷ୍ପତ୍ତି ନେବେ। କନଭରଜେଣ୍ଟ ପଂଣ୍ଡ ବୈଠକ ଆହ୍ୱାନ କରାଯାଇ ବିଭିନ୍ନ ବିଭାଗରେ ଥିବା ଆଇଇସି. ଅର୍ଥକୁ ପ୍ରଚାର, ପ୍ରସାର ପାଇଁ କଳାକାରମାନଙ୍କ ମାଧ୍ୟମରେ ବ୍ୟବସ୍ଥା କରାଯିବ।

 

ଏହି କନଭରଜେନ୍ସ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖିବାକୁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଗଲା। ଯଯାତି ପୁସ୍ତକ ପ୍ରକାଶନକୁ ତ୍ୱରାନ୍ୱିତ କରାଯିବା ସହ ଆଗାମୀ ୨ ମାସ ମଧ୍ୟରେ ପୁସ୍ତକ କାର୍ୟ୍ୟ ସମାପନ ପାଇଁ ନିଷ୍ପି ନିଆଗଲା । ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ରଶ୍ମିରେଖା ପ୍ରଧାନ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ, ଜିଲା ସାମାଜିକ ଓ ସାଂସ୍କୃତିକ ପ୍ରରୋଚକ ଅଶ୍ୱିନୀ କୁମାର ସାହୁ, ସଦସ୍ୟ ସୂର୍ଯ୍ୟମଣି ଖୁଣ୍ଟିଆ, ରମାକାନ୍ତ ଜେନା, ଡଃ ରୁଦ୍ର ନାରାୟଣ ପୃଷ୍ଟି, ଡଃ ଜ୍ଞାନ ରଂଜନ ପତି, ଦାମୋଦର ବେହେରା, ସୁବ୍ରତ କୁମାର ଦାସ, ହିମାଂଶୁ ଶେଖର ଦ୍ୱିବେଦୀ, ରାଜ କିଶୋର ପାଢୀ, ତୁହିନାଂଶୁ ରଥ, ବିରଜା ବଳ, ଦୟାନିଧି ନାୟକ, ବଟକୃଷ୍ଣ ମହାପାତ୍ର, ପ୍ରିୟ ରଂଜନ କର, ବାଇଧର ମାଝି, ସନ୍ତୋଷ କୁମାର ମଲ୍ଳ୍ିକ, ସଂଯୁକ୍ତା ମହାପାତ୍ର, ମହେଶ୍ୱର ଓଝା, ବିକ୍ରମ କୁମାର ମହାପାତ୍ର, ମୋହନ ଚରଣ ମଲ୍ଳିକ, ନିରଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.