ଘରର କାନ୍ଥ ପଡ଼ି ୨ ମୃତ

ଯାଜପୁର : ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି। ପୁରୁଣା ଘର ମାଟି କାନ୍ଥ ପଡ଼ି ଜଣେ ଶ୍ରମିକ ସମେତ ଘର ମାଲିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଘର ମାଲିକ ବନମାଳୀ ସାହୁ (୬୦) ଓ ଅନ୍ୟ ଜଣେ ଚନ୍ଦନ ଲେଙ୍କା (୨୫) ବୋଲି ଜଣାପଡ଼ିଛି। ସକାଳ ସମୟରେ ଏମାନେ କାମ କରୁଥିବା ସମୟରେ ଏମାନଙ୍କ ଉପରେ ଘରର କାନ୍ଥ ପଡ଼ିଯାଇଥିଲା। ଫଳରେ କାନ୍ଥ ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Comments are closed.