ସଡକ ଦୁର୍ଘଟଣାରେ ଦମ୍ପତି ମୃତ

ଯାଜପୁର :ଯାଜପୁର ଜିଲା ପାଣିକୋଇଲି ଥାନା ଅର୍ନ୍ତଗତ ମାଧପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଧକ୍କା ଦେବାରୁ ଚାଲିକି ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଯାଉଥିବା ସମୟରେ ବାଇକ୍‍ ଷ୍ଟାଣ୍ଡ କରି ଜିନିଷ କିଣିବା ବେଳେ ମିନିଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ଘେରି ଯାଇଥିବା ବେଳେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଛି।

 

Comments are closed.