ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର: ରାଜ୍ୟରେ ଅସହାୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ସୂଚନା ଅନୁସାରେ ଅଂଶୁଘାତରେ ଯାଜପୁର ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ନଟବର ନାୟକ(୬୨)। ନଟବର ଚଣ୍ଡିପଡିଆ ହାଟରେ ପୋଟଳ ବିକ୍ରି କରିବାକୁ ଯାଇଥିଲେ । ସେଠାରୁ ପେଂରୁଥିବା ସମୟରେ ହଠାତ୍ ରାସ୍ତାରେ ତାଙ୍କର ମୁଣ୍ଡ ବୁଲାଇବାରୁ ଘାଟ ନିକଟରେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.