ପକ୍କାଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ପ୍ରଦାନ

ଯାଜପୁର: ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ପକ୍କାଘର ପାଇଥିବା ହିତାଧିକାରୀଙ୍କ ଘର ମରାମତି ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ତିନି ହଜାର ଟଙ୍କା ଲେଖାଏଁ ହିତାଧିକାରୀଙ୍କୁ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଓସୱାନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଗ୍ରାମୀଣ ଆବାସର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଲମା ବେଗମ୍ ପ୍ରମୁଖ ଯୋଗ ଦେଇଥିଲେ। ହିତାଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

Comments are closed.