ମୁକ୍ତା ଯୋଜନାର କାର୍ଯ୍ୟାଦେଶ ପତ୍ର ବଣ୍ଟନ

ଯାଜପୁର: ଯାଜପୁର ସହରର ବିକାଶ ପାଇଁ ମୁକ୍ତା ଓ ଉନ୍ନତି ଯୋଜନା ବେଶ ପଂଳପ୍ରଦ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ଯାଜପୁର ପୈାରପାଳିକାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ମତବ୍ୟକ୍ତ କରିଚ୍ଥନ୍ତି। ବୁଧବାର ପୂର୍ବାହ୍ନରେ ଯାଜପୁର ପୈାରପାଳିକା ସମ୍ମିଳନୀ ଗୃହରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟର କାର୍ଯ୍ୟାଦେଶ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମଲ୍ଲିକ ସରକାର ସହରାଳ ତଥା ସହରର ବିଭିନ୍ନ ବସ୍ତିର ବିକାଶ ତଥା ଉନ୍ନତି ପାଇଁ ବ୍ୟବସ୍ଥା କରିଚ୍ଥନ୍ତି ବୋଲି କହିଥିଲେ। ୫ଟି ଶାସନ ଆଧାରରେ ଯାଜପୁର ପୈାରପାଳିକାର ୭୬ ଗୋଟି ପ୍ରକଳ୍ପକୁ ଚୟନ କରାଯାଇ ପ୍ରଥମ ପର୍ଯ୍ୟାୟରେ ୫୩ ଟିର କାର୍ଯ୍ୟାଦେଶ ଦିଆଯାଇଛି।

ଏଥିରେ ୪ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କ୍ଷୁଦ୍ର ଊଦ୍ୟାନ, ପବ୍ଲିକ ଜିମ୍, ଶିଶୁ କ୍ରୀଡା ଉଦ୍ୟାନ, ଚାଲିବା ରାସ୍ତା, ଶୈାଚାଳୟ, ଓ ଭେଣ୍ଡିଂ ଜୋନ ଭଳି ପ୍ରକଳ୍ପକୁ ଏଥିରେ ସାମିଲ କରାଯାଇଚ୍ଥି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ। କାର୍ଯ୍ୟଗୁଡିକ ଯେପରି ଦୀର୍ଘ ସ୍ଥାୟୀ, ଉନ୍ନତ ମାନର ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହ ଦାୟିତ୍ୱରେ ଥିବା ଏକ୍ସପର୍ଟମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ମାନଙ୍କୁ ପରାମର୍ଶ ଦେଇଥିଲେ। ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ ଏହି ୫୩ଟି ପ୍ରକଳ୍ପ ମଧ୍ୟରୁ ୪୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ୯ଟି ବସ୍ତି ଅଳ ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଚ୍ଥି ବୋଲି କହିବା ସହ ସେମାନଙ୍କୁ ଉପଯୁକ୍ତ ସହାୟତା ଦେବାପାଇଁ ଏକ୍ସପର୍ଟ ଓ ଇଞ୍ଜିନିୟରମାନଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି ବୋଲି କହିଥିଲେ।

Comments are closed.