ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ସଚିବଙ୍କ ଯାଜପୁର ଜିଲ୍ଲା ପରିଦର୍ଶନ

ଯାଜପୁର: ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍ ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲାରେ କୋଭିଡ ସ୍ଥିତି ଏବଂ ଶସ୍ୟ ସଂଗ୍ରହ ଉପରେ ସମୀକ୍ଷା କରିଥିଲେ। ସରକାର କୋଭିଡ ସଂପର୍କରେ ଲୋକମାନଙ୍କୁ ବ୍ୟାପକ ସଚେତନ କରାଉଚ୍ଥନ୍ତି। ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ଓ ସଚେତନ ହେବାକୁ ପ୍ରମୁଖ ସଚିବ ଶ୍ରୀମତୀ ଅରୁମୁଗମ୍ ପରାମର୍ଶ ଦେବା ସହ ଧାନ ସଂଗ୍ରହକୁ ତ୍ୱରାନ୍ୱିତ ଓ ଶୃଙ୍ଖଳିତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାପାଳ ଚକ୍ରୱାରି ସିଂହ ରାଠୋର ସମସ୍ତଙ୍କୁ ସ୍ୱାଗତ କରିବା ସହିତ କୋଭିଡ ନିୟନ୍ତ୍ରଣ ଏବଂ ଧାନ ସଂଗ୍ରହ କ୍ଷେତ୍ରରେ ସାମ୍ପ୍ରିକ ସ୍ଥିତିର ତଥ୍ୟ ଉପସ୍ଥାପନ କରିଥିଲେ। ଓମିକ୍ରନ୍ ଭାଇରସର ଭୟାବହତାକୁ ଆଖି ଆଗରେ ରଖି ଏବଂ ଏହାର ପ୍ରତିରୋଧ ପାଇଁ ବିଦେଶ ପେଂରନ୍ତା ଯାତ୍ରୀମାନଙ୍କ ଉପରେ ସୂଚନା ସଂଗ୍ରହ ସହ ତୀକ୍ଷ୍ଣ ନଜର ରଖାଯାଉଚ୍ଥି ବୋଲି ସେ କହିଥିଲେ।

Comments are closed.