ବିଶିଷ୍ଟ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଯାଜପୁର: ବିଶିଷ୍ଟ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଛି। ରାମକୃଷ୍ଣଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ରଙ୍କ ସମେତ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ। ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି କହିଛନ୍ତି।

Comments are closed.