ଯାଜପୁରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଯାଜପୁର: ମୃତ୍ତିିକାକ ସୁସ୍ଥ ନ ରଖିଲେ ଜୀବଜଗତ ଧରା ପୃଷ୍ଠରୁ ଲୋପ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଚ୍ଥନ୍ତି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି। ରବିବାର ପୂର୍ବାହ୍ନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମହାନ୍ତି ସଂପ୍ରତି ମୃତ୍ତିିକାର ସ୍ୱାସ୍ଥ୍ୟକୁ ଆମେ ଅତ୍ୟଧିକ ସାର ଓ କୀଟନାଶକ ବ୍ୟବହାର ଦ୍ୱାରା ଦୂଷିତ କରିଚାଲିଚ୍ଥନ୍ତି। ତେଣୁ ମୃତ୍ତିିକାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସେହି ଆଧାରରେ ଅର୍ଗାନିକ ସାର, ଖତସାର ବ୍ୟବହାର କଲେ ତାହା ପୂର୍ବଭଳି ଉନ୍ନତ ମୃତ୍ତିିକା ହୋଇପାରିବ ବୋଲି ସେ କହିଥିଲେ ।

ଏହି ସଚେତନତାକୁ କୃଷି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗ କୃଷକମାନଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ପୃଥିବୀ ସୃଷ୍ଟି ଠାରୁ ମୃତ୍ତିିକାର ତାତ୍ପର୍ଯ୍ୟକୁ ଜୀବ ଜଗତ ଅନୁଭବ କରିଚ୍ଥନ୍ତି। ପ୍ରତିଟି ଦିବସ ବିଶ୍ୱ ମୃତ୍ତିିକା ଦିବସ, କାରଣ ପଂଚଭୂତର ସୁସମନ୍ୱୟ ନ ରହିଲେ ଜୀବ ଜଗତ ତିଷ୍ଠି ପାରିବ ନାହିଁ ଓ ମୃତ୍ତିିକା ତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣା ମା’ ଭଳି ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ସେ ଦୁର୍ବଳ, ରୁଗ୍ଣ ହେବା ସହ ଉତ୍ପାଦନରେ ଦୁର୍ବଳତା ଓ ଦୂରାବସ୍ଥାର ସମ୍ମୁଖୀନ ହେବ ବୋଲି ସେ କହିଥିଲେ। ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବଡଚଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ସୁନିଲ କୁମାର ମହାପାତ୍ର, ଜିଲ୍ଲା ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଊଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା, ଡି.ପି.ଡି. ହେମନ୍ତ କୁମାର ସାମଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି ଓ ଯାଜପୁର ରୋଡ କୃଷି ଅଧିକାରୀ ସ୍ୱତଂଜୟ ଦାସ ଯୋଗ ଦେଇଥିଲେ।

Comments are closed.