ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦନ ଘୋଷଣାକୁ ବିଭିନ୍ନ ମହଲରେ ସ୍ୱାଗତ

ଯାଜପୁର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିବସକୁ ଛୁଟିଦିନ ଘୋଷଣା କଲେ ରାଜ୍ୟ ସରକାର। ମେ’ ୧୬ ଜନ୍ମ ଦିବସକୁ ଛୁଟିଦିନ ଭାବେ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ମେ’୧୬ ବୈଶାଖ ପୂର୍ଣ୍ଣିମା ଦିନ ପଡ଼ିଥାଏ ପଣ୍ଡିତ ମୁର୍ମୁଙ୍କ ଜନ୍ମଦିନ। ସାନ୍ତାଳି ଭାଷାର ପ୍ରଚାର ଓ ଅଲ୍ଚିକି ଲିପିର ସର୍ଜନା ପାଇଁ ପଣ୍ଡିତ ମୁର୍ମୁ ପରିଚିତ। ଏହି ଖବର ମିଳିବା ପରେ ବିଶିଷ୍ଟ ଲେଖକ ଇଂ ତାରାପ୍ରସାଦ ମିଶ୍ର, ସମାଜସେବୀ ମୋହନ ମହାରଣା, ଦୀନବନ୍ଧୁ ମଲ୍ଲିକଙ୍କ ସମେତ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Comments are closed.