ପ୍ରତ୍ୟେକ ଦିବସ ପ୍ରେସ୍ ଦିବସ

ଯାଜପୁର: ସମାଜର ପ୍ରତିଟି ଦିବସ ଏକ ନୂତନ ଦିବସ ଓ ପ୍ରତ୍ୟେକ ଦିବସ ପ୍ରେସ୍ ଦିବସ ବୋଲି ଜିଲ୍ଲାପାଳ ଚକ୍ରୱାରୀ ସିଂହ ରାଠୋର ମତବ୍ୟକ୍ତ କରିଚ୍ଥନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ସ୍ତରୀୟ ପ୍ରେସ୍ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଠୋର ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଜନସାଧାରଣ, ସରକାର ଓ ପ୍ରଶାସନ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ ଗଣମାଧ୍ୟମ।

ପ୍ରତ୍ୟେକ ଦିନ ଜନସାଧାରଣଙ୍କର ସମସ୍ୟା, ସେମାନଙ୍କର ଆବଶ୍ୟକତା, ଯୋଜନାର ପ୍ରସାର ପ୍ରଚାର କାର୍ଯ୍ୟ କରୁଥିବାରୁ ଏହା ଲୋକମାନଙ୍କୁ ଅଶେଷ ସହଯୋଗ ପ୍ରଦାନ କରିଥାଏ। ବିଶେଷ କରି ପ୍ରଶାସନ ଏହାଦ୍ୱାରା ଜନସାଧାରଣଙ୍କ ସମସ୍ୟାକୁ ଜାଣିବା ସହ ସମାଧାନ କରିଥାଏ। ମହାମାରୀ କରୋନା ସମୟରେ ଯେପରି କଷ୍ଟ ଓ ନିଷ୍ଠାର ସହ ଗଣମାଧ୍ୟମ କାର୍ଯ୍ୟ କରିଚ୍ଥନ୍ତି ତାହା ସବୁ ବେଳେ ପ୍ରଶଂସନୀୟ ବୋଲି କହିବା ସହ ସେମାନଙ୍କ ସୁରକ୍ଷା ଓ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଗଣମାଧ୍ୟମର କାର୍ଯ୍ୟ ଏକ ସାମାଜିକ ସେବା ବୋଲି ଅଭିହିତ କରିବା ସହ କରୋନା ସମୟରେ ସମଗ୍ର ଗଣାମାଧ୍ୟମର କାର୍ଯ୍ୟ ଯୋଗୁ ପ୍ରଶାସନ, ସାଧାରଣ ଜନତା ଅନେକ ଊପକୃତ ହୋଇଚ୍ଥନ୍ତି ବୋଲି କହିଥିଲେ। ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସୁସମନ୍ୱୟ ସାଧାରଣ ଜନତାଙ୍କ ମୈାଳିକ ଆବଶ୍ୟକତା ପୂରଣକୁ ତ୍ୱରାନ୍ୱିତ କରୁଚ୍ଥି ବୋଲି ସେ କହିଥିଲେ।

Comments are closed.