ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକଙ୍କ ସଲିଳ ସମାଧି

ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡି ଦୁଇ ଯୁବକଙ୍କ ମୃତ୍ୟ ଘଟିଛି  । ମୃତ ଯୁବକ ଦ୍ୱୟ ବାଲିଆ ଗ୍ରାମର  ସୁନୀଲ ମିଶ୍ର (୨୩) ଏବଂ ଜିତେନ୍ଦ୍ରପଣ୍ଡା (୧୮) । ୧୧ଟା ସମୟରେ ଦୁଇ ଯୁବକ ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ନଦୀରେ ବୁଡି ଯାଇଥିଲେ।
ଏହି ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ବୁଡିବାର ଘଣ୍ଟାକ ପରେ ପ୍ରଥମେ ଗ୍ରାମବାସୀଙ୍କ ଦ୍ବାରା ଜିତେନ୍ଦ୍ର ଉଦ୍ଧାର ହୋଇଥିଲେ। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ସୁନୀଲକୁ ଉଦ୍ଧାର କରିଥିବା ଜଣାଯାଇଛି। ଦୁଇ ଜଣ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.