ଲକ୍ଷ୍ମୀ ମୁଣ୍ଡା ପ୍ରତିଭାର ବିକାଶ ଲାଗି ଅଣ୍ଟା ଭିଡ଼ିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ଯାଜପୁୁୁର : ଆର୍ଥିକ ଅନଟନ ଦୂର କରି ଜାତୀୟ ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କ ପ୍ରତିଭାର ବିକାଶ ଲାଗି ପ୍ରୟାସ ଆରମ୍ଭ ହୋଇଛି। ଲକ୍ଷ୍ମୀଙ୍କ କ୍ରୀଡ଼ା ଅଭ୍ୟାସ ଜାରି ରଖିବା ଲାଗି ଓଡ଼ିଶା ଫୁଟବଲ ଆସୋସିଏସନର ସଭାପତି ଦେବାଶିଷ ସାମନ୍ତରାୟକଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।

ଏହାସହ +୩ ଅର୍ଥନୀତି ସମ୍ମାନର ଛାତ୍ରୀ ଲକ୍ଷ୍ମୀଙ୍କୁ ସରକାରୀ ଚାକିରିରେ ନିଜୁକ୍ତି ପ୍ରଦାନ ଲାଗି ବିଧାୟକ ଘଡ଼ାଇ କ୍ରୀଡ଼ା ବିଭାଗକୁ ସୁପାରିଶ କରିଛନ୍ତି।କ୍ରୀଡ଼ା ଅଭ୍ୟାସ ସହ ଚାକିରି ମିଳିଲେ ସୁକିନ୍ଦା ଦୁଧଯୋରୀ ପଞ୍ଚାୟତ ସମିଲି ସାହିର ଗରିବ ଆଦିବାସୀ ଝିଅ ଲକ୍ଷ୍ମୀଙ୍କ ପ୍ରତିଭା ପ୍ରସ୍ପୁଟିତ ହୋଇପାରିବ।

Comments are closed.