ମା’ ଙ୍କର ପୂଜା ବନ୍ଦ ହେବନାହିଁ ; କିନ୍ତୁ ଉତ୍ସବ ଉପରେ କଟକଣା: ଜିଲାପାଳ

ଯାଜପୁର: କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଚ୍ଥି । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କରୋନା ପାଇଁ ମା’ ଙ୍କର ପୂଜା ବନ୍ଦ କରାଯିବ ନାହିଁ ବୋଲି କହିଥିଲେ । ତେବେ କୈାଣସି ଉôସବ, ଗହଳି, ବାଜା, ରୋଷଣୀ, ମେଲୋଡି ବା ସଂଗୀତ କାର୍ୟ୍ୟକ୍ରମକୁ ବାରଣ କରାଯାଇଚ୍ଥି ବୋଲି ସେ ସୂଚନା ଦେଇଚ୍ଥନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବନାହିଁ । ମଣ୍ଡପର ୩ ପାଶ୍ୱର୍ ବନ୍ଦ ରହିବ । ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସ୍ଥିତିକୁ ଅନୁମତି ମିଳିବ ଓ ଲୋକ ଗହଳି ହେବନାହିଁ ବୋଲି ସେ କହିଥିଲେ । ପ୍ରତ୍ୟେକ ପୂଜା କମିଟି ପୂଜା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବେ । ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗ ଦର୍ଶିକା ରହିଚ୍ଥି, ଯେପରି ସାମାଜିକ ଦୂରତା ରକ୍ଷା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡାକଡି ଭାବେ ଅନୁପାଳନ କରିବେ । ସେହିପରି ବିସର୍ଜନ ଅତ୍ୟନ୍ତ ନିରାଡମ୍ୱର ଭାବେ ବିନା ଶୋଭାଯାତ୍ରାରେ କରାଯିବ । ପୈାର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦେବୀଗଡା ଠାରେ ଏକ କୃତ୍ରିମ ପୋଖରୀରେ ଏହି ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଶ୍ରୀ ଚକ୍ରର୍ବୀ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗ ମାନେ ବିଗତ ବର୍ଷ ମାନଙ୍କ ଭଳି ସେମାନଙ୍କର ଦାୟିତ୍ୱ ନିର୍ବାହ ସହ ପୂଜା ଓ ଭସାଣୀକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବେ । ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ପୋଲିସ ବାହିନୀ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେବେ ସାଧାରଣ ଲୋକମାନେ ଏବଂ ସମସ୍ତ ପୂଜା କମିଟି ଏଥିରେ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଥିଲେ । ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ । କରୋନା ପାଇଁ ସମଗ୍ର ବିଶ୍ୱ ଆତଙ୍କିତ ଓ ଚିନ୍ତିତ ମଧ୍ୟ । ତେଣୁ ଯଥା ସମ୍ଭବ ନିରାପଦ ଓ ସୁରକ୍ଷିତ ଭାବେ ମା’ ଙ୍କ ବାର୍ଷିକ ପୂଜାକୁ ଆୟୋଜନ କରିବାକୁ ସେ ଅନୁରୋଧ କରିଚ୍ଥନ୍ତି । ସରକାରଙ୍କର ପରବର୍ତ୍ତି ମାର୍ଗଦର୍ଶିକା ଯଦି କୈାଣସି ପରିର୍ବନ ଆସେ ତାହାକୁ ପୂଜା କମିଟିକୁ ଅବଗତ କରାଯାଇ ଅନୁପାଳନ କରାଯିବ ବୋଲି ଜିଲାପାଳ ସ୍ପଷ୍ଟ କରିଦେଇଥିଲେ । ଏହି ବୈଠଳରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲି୍ଳକ, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ସହକାରୀ ଜିଲାପାଳ ତିଳୋମା ପୃଷ୍ଟି, ଅନୁପ କୁମାର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମର୍କା ଓ ବିରଜା ମା’ଙ୍କର ସେବାୟତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

Comments are closed.