ପ୍ରପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ପଶିଆସିଛି ବିରାଟ କୁମ୍ଭୀର, ଲୋକେ ଆତଙ୍କିତ

ସାରିତ ଭିଡ଼ିଓ ପୁରୁଣା ଏବଂ ଦତ୍ତପୁର ଗାଁର ନୁହେଁ:ରେଞ୍ଜର

ଯାଜପୁର: ରାଜ୍ୟର ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇଯାଇଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି। ଏଠାରେ ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ କୁମ୍ଭୀର ଦତ୍ତପୁର ଗାଁକୁ ପଶିଆସିଛି। ଗାଁ ଦାଣ୍ଡରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଛନ୍ତି। କିଛି ଲୋକ କୁମ୍ଭୀରକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଥିବାବେଳେ ଆଉ କେତେକ ପାଚେରୀ ଓ ଛାତ ଉପରେ ଠିଆ ହୋଇ ବନ୍ୟାରେ ଗାଁ ଭିତରକୁ ପଶିଆସିଥିବା କୁମ୍ଭୀରର ମୋବାଇଲ୍‌ରେ ଫଟୋ ଓ ଭିଡ଼ିଓ ଉତ୍ତେଳାନ କରୁଥିବା ଦେଖିବାକୁ ମିଳିଛି।

ଯାଜପୁର ଜିଲାର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ଦେଖାଯିବା ଘଟଣାରେ ରେଞ୍ଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ପ୍ରସାରିତ ଭିଡ଼ିଓ ପୁରୁଣା ଏବଂ ଦତ୍ତପୁର ଗାଁର ନୁହେଁ। ପୁରୁଣା ଭିଜୁଆଲ୍‌ଟି ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି। ଭିଡ଼ିଓଟି ଦତ୍ତପୁର ଗାଁର ନୁହେଁ, ଅନ୍ୟ ରାଜ୍ୟର ବୋଲି ଯାଜପୁର ରୋଡ୍‌ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି। ବୈତରଣୀ ନଦୀବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ସୂଚନା ମିଳିଛି। ଆମ ଟିମ୍‌ ସେଠାକୁ ଯାଇଛି ଏବଂ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି ସେ କହିଛନ୍ତି।

Comments are closed.