କଦଳୀ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ମେଦୁଆ କୂଳରୁ ପାଟରେ କଦଳୀ ଭେଳା ଓଲଟି ଶନିବାର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମେଦୁଆକୂଳ ଗ୍ରାମର ମିତୁନି ବେହେରା (୨୮), ଶୁଭମ ବେହେରା (୨୨)। ଏମାନେ ୨ ଜଣ ସମ୍ପର୍କୀୟ ଭାଇ ଓ ଉଦ୍ଧବ ବେହେରା ଓ ମେଘନାଦ ବେହେରାଙ୍କ ଦୁଇ ପୁଅ ବୋଲି ଜଣାପଡ଼ିଛି। ଉକ୍ତ ୨ ଭାଇ ପାଟ ପାଣିରେ କଦଳୀ ଭେଳାରେ ଯାଉଥିବା ସମୟରେ ତାହା ଓଲଟି ପଡ଼ିଥିଲା। ଫଳରେ ସେମାନେ ପାଣିରେ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.