ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲାରେ ବଡ଼ ଧରଣର ବନ୍ୟା ଆଶଙ୍କା: ଜିଲାପାଳ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲାରେ ଏକ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନ ଦେବା ସହିତ ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଶେଷ କରି ଯାଜପୁର ଜିଲ୍ଲାର କୋରେଇ, ଦଶରଥପୁର, ବିଂଝାରପୁର ଓ ବରୀ ବ୍ଲକର ତଳିଆ ଅଞ୍ଚଳରେ ରହୁଥିବା ଲୋକମାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଅନୁରୋଧ କରାଯାଇଛି। ଆଜି ସନ୍ଧ୍ୟାସୁଧା ବୈତରଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Comments are closed.