କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ଥାନାଅନ୍ତର୍ଗତ ଜଳେଶ୍ୱରପୁର ଗାଁରେ ଘଟିଛି ଅଘଟଣ। କାଜୁ ବଗିଚାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାଟପୁର ପଂଚାୟତ ବଡବାରିସାହି ଗ୍ରାମର ଭରତ ମଲିକଙ୍କ ପୁଅ ଜଗନ।

ସୂଚନା ଅନୁଯାୟୀ, ଜଗନ କିଛି ଦିନ ହେବ ଜଳେଶ୍ୱରପୁର ଠାରେ ଥିବା ସମ୍ପର୍କୀୟଙ୍କ ଘରେ ରହି ଟ୍ୟୁସନ କରୁଥିଲେ। ତେବେ ହଠାତ ଆଜି ସକାଳୁ ଗାଁରୁ କିଛି ଦୂରରେ ଥିବା ଏକ କାଜୁ ବଗିଚାରେ ଜଗନର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ଜଗନକୁ ମାରି ଟାଙ୍ଗି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

Comments are closed.