ଯାଜପୁରରେ ଆରମ୍ଭ ହେଲା ଟେଲିମେଡିସିନ ବ୍ୟବସ୍ଥା

ଯାଜପୁର : କୋରେନା ପାଇଁ ଚାରିଆଡେ ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇପାରୁ ନାହାଁନ୍ତି । ସେଥିପାଇଁ ରୋଗୀ ମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଯାଜପୁରରେ ରିବିବାର ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା । ରୋଗୀ ମାନେ ଘରେ ବସି ଟେଲିଫୋନ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇପାରିବେ ।

 

ଏଥିପାଇଁ ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାକ୍ତର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତର ମାନେ ଯୋଗ ଦେଇ ଏଭଳି ସମୟରେ ରୋଗୀ ମାନଙ୍କୁ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଛି ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ୨୧ଜଣ ଡାକ୍ତରଙ୍କ ସମ୍ମତି କ୍ରମେ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ଡାକ୍ତର ମାନଙ୍କ ନାମ ସହ ଯୋଗାଯୋଗ କରିବାର ନମ୍ବର ସହ ସମୟ ମଧ୍ୟ ଲେଖାଯାଇଛି । ଜିଲା ପ୍ରଶାସନର ଏପରି ଉଦ୍ୟମକୁ ଯାଜପୁରବାସୀ ବେଶ ପ୍ରସଂଶା କରିଛନ୍ତି ।

Comments are closed.