ବଧୂ ହତ୍ୟା ଅଭିଯୋଗ

ଯାଜପୁର : ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି। ବୈଦ୍ୟରାଜପୁର ଗାଁର ମନୋରଂଜନ ସ୍ୱାଇଁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଜେନାପୁର ଥାନା ସୋରେଇ ଗାଁର ଲକ୍ଷ୍ମୀପ୍ରିୟା ୨୦୧୩ ମସିହାରେ ମନୋରଂଜନଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ୟାତନା ଦେଇ ଆସୁଥିଲେ । ଲକ୍ଷ୍ମିପ୍ରିୟାଙ୍କ ବାପା ସରକାରୀ ଚାକିରିରୁ ଅବସର ନେବା ପରେ ତାଙ୍କ ଠାରୁ ଟଙ୍କା ଆଣିବା ପାଇଁ ଶାଶୁ ଘର ଲୋକେ ଅନେକ ସମୟରେ ଚାପ ପ୍ରୟୋଗ କରୁଥିଲେ । ଗତକାଲି ହଠାତ୍ ଶାଶୁ ଘର ପକ୍ଷରୁ ଲକ୍ଷ୍ମିପ୍ରିୟାଙ୍କ ଦେହ ଅସସ୍ଥ ଥିବା ଖବର ଦେଇଥିଲେ । ବାପ ଘର ଲୋକେ ଯାଜପୁର ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାର ମୃତ ଦେହକୁ ଦେଖିଥିଲେ। ଯୌତୁକ ପାଇଁ ଲକ୍ଷ୍ମିପ୍ରିୟାକୁ ହତ୍ୟା କରାଯାଇଥିବା ବାପ ଘର ଲୋକେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.