ଅଙ୍ଗନବାଡିରୁ କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଗୁରୁତର

ଯାଜପୁର : ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ସୋରଡ଼ା କଣ୍ଟାପାରୀ ଗ୍ରାମ ହରିଜନ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ୩ଜଣ ଶିଶୁ ଛାତ୍ରଛାତ୍ରୀ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ବଣ୍ଟା ଯାଉଥିବା କୃମି ଔଷଧ ଖାଇ ଗୁୁରୁତର ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ଛାତ୍ରଛାତ୍ରୀ କୃମି ଔଷଧ ଖାଇଥିଲେ। ଆଜି ପୁଣି ସ୍ଥାନୀୟ ଆଶା ଦିଦି ବିଦ୍ୟାଳୟରେ ପହଞ୍ଚି କୃମି ଔଷଧ ଖାଇବାକୁ ଦେଇଥିଲେ । ଔଷଧ ଖାଇବା ପରେ ୩ ଶିଶୁ ଗୁରୁତର ହୋଇପଡ଼ିଥିଲେ । ଶିକ୍ଷକ ଏବଂ ଅଭିବାବକ ଚିକିତ୍ସା ପାଇଁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡିଛି। ଔଷଧର ମାତ୍ରା ଅଧିକ ହେବା କାରଣରୁ ଏପରି ହୋଇଥିବା ଅନୁମାନ କରାଯାଉଛି।

Comments are closed.