ଭଙ୍ଗାଗଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ୩ ମାସ ବିତିସାରିଛି। ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିବା ଗେଷ୍ଟହାଉସ ବା ରଙ୍ଗଶାଳକୁ ପ୍ରଶାସନ ନିଜ ହାତକୁ ନେବା ସହ ଆଜି ଏହାକୁ ଭଙ୍ଗା ଯାଉଛି। ପ୍ରଶାସନ ଦ୍ବାରା ଘରର ଆସବାବ ପତ୍ର ବାହାରକୁ କାଢ଼ିବା ସହ ସେ ସମସ୍ତ ଜିନିଷକୁ ରୂପେସଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି । ରଙ୍ଗଶାଳା ଉଚ୍ଛେଦ କାର୍ଯ୍ୟରେ ୩ ପ୍ଲାଟୁନ ପୁଲିସଫୋର୍ସ ମୁତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସଡିପିଓ ଚିନ୍ମୟ କୁମାର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ବଡଚଣା ଏବଂ ଜେନାପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ଏହି ଉଚ୍ଛେଦ କାର୍ୟ୍ୟକୁ ହରିଦାସପୁର ପଞ୍ଚାୟତ ସରପଞ୍ଚ ଓ ସମର୍ଥକ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଏଥିସହ ସରପଞ୍ଚ ମଧୁସ୍ମିତା ଉପସ୍ଥିତ ଅଧିକାରୀମାନଙ୍କୁ ଏକ କୋର୍ଟ ଷ୍ଟେ ଅର୍ଡର ଦେଖାଇଥିଲେ ମଧ୍ୟ ତାକୁ ପ୍ରଶାସନ ଅଣଦେଖା କରିଛି ବୋଲି ଅଭିଯୋଗ ଆଣିଛନ୍ତି ।

Comments are closed.