୩୧ ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଉଦଯାପିତ

ଯାଜପୁର : ଯାଜପୁର ସଂସ୍ମୃତିଭବନ ପରିସରରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସପ୍ତାହେ ଧରି ଚାଲିଥିବା ୩୧ତମ ଜାତୀୟ ସଡ଼କ ସୁରକ୍ଷା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମିନା, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଆଞ୍ଚଳିକ ପରିବହନ ଅଧିକାରୀ ଉପସ୍ଥିତ ଥିଲେ। ଆବଶ୍ୟକ ହେଲମେଟ ଏବଂ ଗାଡ଼ି ସିଟ୍ ବେଲ୍ଟ ବ୍ୟବହାର, ମଦ୍ୟପାନ କରି ଦୃତ ଗତିରେ ଗାଡି ଚଳାଇବା ଏବଂ ମୋବାଇଲ ବ୍ୟବହାର କରୁଥିବା କାରଣରୁ ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବଢୁଛି । ସପ୍ତାହେ ବ୍ୟାପି ପରିବହନ ବିଭାଗ, ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନତା କରାଯାଇଛି । ସଡକ ଦୁର୍ଘଟଣାରୁ ବଞ୍ଚିବା ସହ ନିରାପଦ ଯାତ୍ରା ଲାଗି ଫାଇନ୍ ଦେବା ଅପେକ୍ଷା ଟ୍ରାଫିକ ନିୟମକୁ ମାନି ଗାଡି ଚଳାଇଲେ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମିପାରିବ ବୋଲି ଏସପି ସୁଚନା ଦେଇଛନ୍ତିା ଏହି ଅବସରରେ ହାସ୍ୟ ଅଭିନେତା ନଟିଆ ସମସ୍ତଙ୍କୁ କମେଡି ମାଧ୍ୟମରେ ଟ୍ରାଫିକ ନିୟମ ମାନିବା ଲାଗି ସଚେତନତା ବାର୍ତ୍ତା ଦେଇଥିଲେ ।

Comments are closed.