ରାସ୍ତାରେ ଓଲଟିଲା ଇନ୍ଧନ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

ଯାଜପୁର : ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥରେ ବଡଚଣା ଥାନା ଅନ୍ତର୍ଗତ ଢିଅକରନ୍ଦା ଛକଠାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଶନିବାର ଭୋରରୁ ଓଲଟି ପଡିଛି। ଖବରପାଇ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରାଯାଇ କୁଲୀଙ୍ଗ କରାଯାଉଛି । ସୂଚନା ଯୋଗ୍ୟ, ଆଜି ପ୍ରାୟ ଭୋର ସାଢେ ୪ ଟା ସମୟରେ କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଢିଅକରନ୍ଦା ଛକଠାରେ ରାସ୍ତା ମଝିରେ ଓଲଟି ପଡିଥିଲା । ଫଳରେ ରାସ୍ତାରେ ଅନ୍ୟ ଯାନବାହାନ ଯିବା ସମ୍ଭବ ପର ହୋଇ ନଥିଲା। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଓ ବଡଚଣା ପୋଲିସ ପହଞ୍ଚି ବିପରୀତ ରାସ୍ତାରେ ସମସ୍ତ ଯାନବାହାନ ଚଳାଚଳ ସ୍ବାଭାବିକ କରାଇଥିଲେ। ଅନ୍ୟ ପକ୍ଷରେ କଟକ ଓ ଯାଜପୁର ଜିଲ୍ଲାର ଦୁଇ ଦୁଇଟି ନିଆଁ ଲିଭାଳି ଦଳ ପହଞ୍ଚି କୌଣସି ପ୍ରକାର ପରିସ୍ଥିତି ମୁକାବିଲା ପାଇଁ ସଜାଗ ରହିଛନ୍ତି। ବାଲେଶ୍ବର ରୁ ଏକ ସ୍ୱତନ୍ତ୍ର ଟିମ ଆସି ପରୀକ୍ଷା ନିରୀକ୍ଷା କରିବା ପରେ ହିଁ ଟ୍ୟାଙ୍କରଟିକୁ ରାସ୍ତାରୁ ହଟାଯିବ ବୋଲି ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.