ରାସ୍ତା କଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର : ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ତିଳପଦା ଗାଁରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରୁ ଶୁକ୍ରବାର ଜୀବିତ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସୂଚନା ଯୋଗ୍ୟ, ଆଜି ସକାଳେ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ଗାଁ ନିକଟରେ ସ୍ଥାନୀୟଲୋକେ ଏକ ନବଜାତ ଶିଶୁ କନ୍ୟାର କାନ୍ଦିବା ଶବ୍ଦ ଶୁଣିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରି ସୁରକ୍ଷା ୟୁନିଟକୁ ଖବର ଦେଇଥିଲେ। ଏହାପରେ ସୁରକ୍ଷା ୟୁନିଟ ଉକ୍ତ ଗାଁରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶିଶୁକନ୍ୟାଟି ସୁସ୍ଥ ଥିବା ସହ ୩ ରୁ ୪ ଦିନ ତଳେ ଜନ୍ମ ଲାଭ କରିଥିବା ଅନୁମାନ କରାଯାଇଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ବଡ଼ଚଣା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଜାରି ରଖିଛି।

Comments are closed.