ଅନ୍ନପୂର୍ଣ୍ଣା ବାଳାଶ୍ରମରେ ଜନ୍ମ ଦିନ ପାଳିଲେ ଏସ୍ ପି ଚରଣ ସିଂ ମୀନା

ଯାଜପୁର : ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣ୍ଣା ବାଳାଶ୍ରମରେ ନିଜର ଜନ୍ମ ଦିନ ପାଳନ କରିଛନ୍ତି ଏସ୍ ପି ଚରଣ ସିଂ ମୀନା । ବାଳାଶ୍ରମର ଅନାଥ ଶିଶୁମାନଙ୍କ ସହ ନିଜର ଜନ୍ମଦିନ ପାଳିବାକୁ ଶ୍ରୀ ମୀନା ସନ୍ଧ୍ୟାରେ ବାଳାଶ୍ରମରେ ସପରିବାରେ ପହଞ୍ଚି ପିଲାମାନଙ୍କ ସହ ସମୟ ଅତିବାହିତ କରିବା ସହ କେକ ମଧ୍ୟ କାଟିଥିଲେ। ଶିଶୁମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରିବା ସହ ନିଜ ଭଳି ସେମାନଙ୍କ ଜନ୍ମ ଦିନ ସେ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଥିଲେ ।

Comments are closed.