ଗହଣା ଶୋ’ ରୁମରେ ଡକାୟତି,କର୍ମଚାରୀଙ୍କୁ ମାଡ଼ ମାରି ୧୫କେଜି ସୁନାଗହଣା ଲୁଟ

ଯାଜପୁର: ଯାଜପୁର ଜିଲା ବ୍ୟାସନଗରରେ ଥିବା ଏକ ଗହଣା ଶୋ’ ରୁମରେ ଡକାୟତି ହୋଇଛି। ଡକାୟତମାନେ କର୍ମଚାରୀଙ୍କୁ ମାଡ଼ ମାରି ୧୫କେଜି ସୁନାଗହଣା ଲୁଟ କରି ନେଇଛନ୍ତି। ଏହସହିତ ଏହି ଗହଣାଶୋ’ ରୁମରୁ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ୭ଜଣ ଡକାୟତ ବନ୍ଧୁକ ମୁନରେ ଡରାଇ ଗହଣା ଲୁଟିବା ପରେ ଶୋ’ରୁମରୁ ଚମ୍ପଟ ମାରିଥିଲେ। ଲୁଟେରାମାନେ ପ୍ରଥମେ ଗ୍ରାହକ ବେଶରେ ଶୋ’ ରୁମକୁ ଆସିଥିବାବେଳେ ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଯୋଜନାବଦ୍ଧ ଭାବେ ଏହି ଡକାୟତମାନେ ହାତରେ ବନ୍ଧୁକ ଧରି ୭ଜଣ ଡକାୟତ ଶୋ’ ରୁମ ଭିତରେ ପଶିଥିଲେ। ଗ୍ରାହକଙ୍କୁ ଧମକାଇ ଓ କର୍ମଚାରୀଙ୍କୁ ମାଡ଼ମାରି ଲୁଟପାଟ କରିଥିଲେ। ସିକ୍ୟୁରିଟ ଗାର୍ଡର ବନ୍ଧୁକ ଛଡ଼ାଇ ଭାଙ୍ଗି ଦେଇଥିଲେ। ଡକାୟତଙ୍କ ମାଡ଼ରେ ଶୋ’ ରୁମର ୨ଜଣ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.