ବ୍ୟବସାୟୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଯାଜପୁର : ଯାଜପୁର ସହରରେ ବୁଧବାର ଦିନ ଦ୍ବୀପ୍ରହରରେ ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଯାଜପୁର ଜିଲା ଦଶରଥପୁର ବ୍ଲକ ଝୁମ୍ପୁରି ଅଞ୍ଚଳର ଜଣେ ବ୍ୟବସାୟୀ ୮୦ହଜାର ଟଙ୍କା ଏକ ବ୍ୟାଗରେ ଧରି ଆସୁଥିବା ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଟଙ୍କା ବ୍ୟାଗକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ଯାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

 

Comments are closed.