କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଲକଡାଉନ୍

ଯାଜପୁର : କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ। ଜିଲାର ୧୦ଟି ବ୍ଲକ ଓ ଦୁଇଟି ପୌରପାଳିକାରେ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେପଟେ କରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରିବା ସହିତ ସାମଗ୍ରୀର ଶୃଙ୍ଖଳିତ ପରିବହନ ପାଇଁ ଗାଡି ମାଲିକମାନଙ୍କୁ ଚେତାବନି ଦିଆଯାଇଛି। ହୋଲସେଲ ଦୋକାନ ଗୁଡିକ ସମ୍ପୂର୍ଣ୍ଣ ଭାବେ ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଗାଡି ମାଲିକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି। ସେହିଭଳି ଯାଜପୁର ଏସ ପି ଚରଣ ସିଂ ମିନା ଯୋଗଦେଇ ଅଯଥା ଘରୁ ନ ବାହାରି ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.