ଜୟନ୍ତରା ଗ୍ରାମରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ

ଯାଜପୁର : ଚଳିତ ବର୍ଷ ବୈତରଣୀ ନଦୀର ପ୍ରବଳ ବନ୍ୟାରେ ଯାଜପୁର ଜିଲା ପ୍ରଭାବିତ ହୋଇଛି। ଦଶରଥପୁର ବ୍ଲକ ସ୍ଥିତ ଜୟନ୍ତରା ମହାପାତ୍ର ସାହିର ପାଖାପାଖି ୬୦ ଘର ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ସହ ୪ ଦିନ ହେବ ଜଳମଗ୍ନ ହୋଇ ରହିଥିଲେ।
ଲୋକଙ୍କ ଘରେ ପାଶି ପଶି ଖଟ, ଆଲମିରା ଓ ଅନ୍ୟାନ୍ୟ ଆସବାବ ପତ୍ର ପାଣିରେ ବୁଡ଼ି ରହିବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାସହ ୨୦୦ ରୁ ଅଧିକ ଗ୍ରାମବାସୀ ପିଇବା ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୪ ଦିନ ହେବ ଗାଈ,ଗୋରୁ , ଛେଳି, ମେଣ୍ଢା, ମଧ୍ୟ ଖାଇବାକୁ ପାଇନଥିଲେ।
ଘଟଣାର ବିଷୟରେ ଖବର ପାଇ ଭୁବନେଶ୍ୱରର ରହୁଥିବା ସେହି ଗ୍ରାମର ତଥା ସର୍ବଭାରତୀୟ ନିର୍ମାଣ କମ୍ପାନୀ , ଆଇରନ ଟ୍ରଇଙ୍ଗେଲ ଲିମିଟେଡ଼ର ଏକ୍ସୁକେଟିଭ ଡ଼ାଇରେକ୍ଟର ବରଦା ପ୍ରସାଦ ମହାପାତ୍ର ଗ୍ରାମବାସୀଙ୍କ ପାଇଁ ଆବଶ୍ୟକୀୟ ଶୁଖିଲା ଖାଦ୍ୟ ପ୍ୟାକ କରି ନେଇ ପହଞ୍ଚିଥିଲେ। ଗାଁର ପିଲାମାନଙ୍କ ସହାୟତାରେ ପାଣିରେ ପଶି ନିଜ ହାତରେ ଘର ଘର ଯାଇ ପ୍ୟାକେଟ ଗୁଡ଼ିକୁ ବଣ୍ଟନ କରିଥିଲେ।
ଏହାବ୍ୟତୀତ ଗ୍ରାମର ଥିବା ବ୍ରାହ୍ମଣ ପରିବାର ଗୁଡିକୁ କିଛି ଆର୍ଥିକ ଅନୁଦାନ କରିଥିଲେ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଆଖପାଖର ଜନସାଧାରଣ ଓ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ପ୍ରଂଶସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.