ଯାଜପୁରରେ ବନ୍ୟା ସ୍ଥିତି : ଶହ ଶହ ଗ୍ରାମ ପାଣି ଘେରରେ

ଭୁବନେଶ୍ୱର / ଯାଜପୁର: ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା କାଲି ସକାଳ ୫ଟା ସୁଦ୍ଧା ମୁଣ୍ଡଳୀରେ ହୀରାକୁଦ ପାଣି ପହଞ୍ଚିବ। ବର୍ତ୍ତମାନ ମୋଟ ୪୪ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ଜାରି ରହିଛି।
ସେହିପରି ଯାଜପୁର ଜିଲା ଆଜି ଜଳମଗ୍ନ ହୋଇଛି। ଆଜି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୫ ରୁ ଅଧିକ ଘାଇ ସୃଷ୍ଟି ହୋଇ ୫ଟି ବ୍ଲକ ବରୀ, ବିଂଝାରପୁର, ରସୁଲପୁର, ଯାଜପୁର ଓ ସୁକିନ୍ଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶହ ଶହ ଗ୍ରାମ ପାଣି ଘେରରେ ଥିବା ବେଳେ ଅନେକ ରାସ୍ତା ଘାଟ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି। ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ ଦଶରଥପୁର, ଯାଜପୁର ଓ କେରୋଇ ପ୍ରଭାବିତ ହୋଇଥିଲା।ପ୍ରାୟ ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Comments are closed.