ବୃଦ୍ଧି ପାଉଛି ବୈତରଣୀ ଓ ଶାଖା ନଦୀର ଜଳସ୍ଥର, ୧୪ଟି ଘାଇ ସୃଷ୍ଟି

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବୈତରଣୀ ଓ ତାର ଶାଖା ନଦୀ ବୁଢା ଏବଂ କାଣୀ ସହ ବ୍ରାହ୍ମଣୀ ଏବଂ ତାର ଶାଖା ନଦୀ ଖରସ୍ରୋତାରେ ବନ୍ୟା ଜଳ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲାର ଦଶଟି ଯାକ ବ୍ଳକର ୧୬୫ଟି ପଂଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଉଭୟ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଓ ଶାଖା ନଦୀଗୁଡିକରେ ୧୪ଟି ଘାଇ ସୃଷ୍ଟି ହୋଇଥିବା ଜଣାପଡିଛି। ବ୍ରାହ୍ମଣୀ ନଦୀର ବନ୍ଧପଡା, ମାଟିଆପଡା, ରଇପୁର, ଅରୁଆଳ, କଚେରୀ ଆଦି ଗାଁ ନିକଟରେ ଘାଇ
ହେବ ଫଳରେ ଲୋକମାନେ ଭୟରେ ଅଛନ୍ତି।

ଅନ୍ୟପକ୍ଷରେ ଆଜି ଅପରାହ୍ନରେ ବ୍ରାହ୍ମଣୀ ନଦୀର ଗୋପାଳପୁର ନିକଟରେ ହଠାତ ନଦୀ ବନ୍ଧ ଭାଂଗିବାରୁ ଗାଁ ଭିତରକୁ ପାଣି
ପଶିଛି। ଫଳରେ ଏହି ବୁଣାକାରଗାଁ ଗୋପାଳପୁରର ୫ଶହରୁ ଉର୍ଦ୍ଧ ତନ୍ତ ପାଣିରେ ବୁଡି ଯାଇଛି ଓ ବିପୁଳ ପରିମାଣରେ ହାତବୁଣା ବସ୍ତ୍ର ନଷ୍ଟ ହୋଇଛି। ସେହିପରି ରସୁଲପୁର ବ୍ଳକ ଅନ୍ତର୍ଗତ ଶାହାପଡା ଗ୍ରାମରେ ଏକ ଦ୍ୱିତଳ ବିଶିଷ୍ଟ କୋଠାଘର ବ୍ରାହ୍ମଣୀ ନଦୀର
ବନ୍ୟାପାଣିରେ ଭୁଶୁଡି ପଡିଛି। କାନ୍ଥ ପଡି ଯାଜପୁର ବ୍ଳକ ପଣସା ପଂଚାୟତର ବେହେରାପାଟଣା ଗାଁରେ ଜଣେ ୬ ମାସ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଲୋକେ ପାଣିଘେରରେ ରହି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

Comments are closed.