ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫-ଟି ଟିମ୍

ଯାଜପୁର : ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ୫-ଟିର ଏକ ୩ଜଣିଆ ପ୍ରତିନିଧି ଦଳ ଶନିବାର ଅଚାନକ ମେଡିକାଲ ପରିଦର୍ଶନ କରିଥିଲେ। ମେଡିକାଲରେ ପହଞ୍ଚି ସେମାନେ ପ୍ରଥମେ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ଚିକିତ୍ସା ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ନିରାମୟ ଯୋଜନାରେ ଉବଲବ୍ଧ ଔଷଧ ତାଲିକାକୁ ଯାଞ୍ଚ କରିଥିଲେ। ଏହି ସମୟରେ କିଛି ରୋଗୀ ଓ ସ୍ଥାନୀୟ ଜନସାଧାରଣ ଡାକ୍ତରଖାନାର ବିଭିନ ସମସ୍ୟା ସମ୍ପର୍କରେ ଟିମ୍ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଏହି ଟିମ ସଦସ୍ୟ କହିଥିଲେ ।

Comments are closed.