ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲା ପରିବାର

ଯାଜପୁର: ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକଙ୍କ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ପରିବାର ଲୋକେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଯାଜପୁର ଟାଉନର କୌଶିକ ସାମନ୍ତ ବରଯାତ୍ରୀ ଦଳରେ ଭଦ୍ରକ ଯାଇଥିଲେ। ଘଟଣା ରାତିରେ ସେ ଆଉ ଘରକୁ ଫେରି ନ ଥିଲେ। ପରଦିନ ଏକ ପୋଖରୀରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଭଦ୍ରକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତେବେ ଯେଉଁମାନଙ୍କ ସହିତ କୌଶିକ ବରଯାତ୍ରୀ ଯାଇଥିଲେ ସେମାନେ କିଭଳି ଓ କାହିଁକି ତାଙ୍କୁ ନ ଆଣି ପଳାଇ ଆସିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି।

Comments are closed.