ଯାଜପୁରରେ ଘରଘର ବୁଲି ଲୋକଙ୍କୁ ସିଏଏ ସମ୍ପର୍କରେ ସଚେତନ କରୁଛି ବିଜେପି

ଯାଜପୁର:ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି । ବିଜେପି ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ୟ୍ୟକର୍ତା ମଲ୍ଲିକାପୁର ପଂଚାୟତର ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆଇଏଏସ ସୁଦର୍ଶନ ନାୟକ ସାମିଲ ହୋଇ କିଭଳି ଏହି ଆଇନ ଦ୍ୱାରା ଭାରତୀୟ ଲାଭ ପାଇବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଭାରତ ର ପଡେଶୀ ରାଷ୍ଟ୍ରରେ ରହି ନିର୍ୟ୍ୟାତନାର ଶିକାର ହେଉଥିବା ଅଧିବାସୀଙ୍କୁ ଆମ ଦେଶରେ ରହିବାର ସୁଯୋଗ ଦେବା ସହିତ ସେମାନଙ୍କୁ ଆମ ଦେଶର ନାଗରିକତ୍ୱ ପ୍ରଦାନ କରିବା ଉଦ୍ଧେଶ୍ୟରେ ଏଭଳି ଆଇନକୁ କାର୍ୟ୍ୟକାରି କରାଯାଇଛି ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି । ଏହି ସଚେତନତା କାର୍ୟ୍ୟକ୍ରମରେ ଅମିୟ ମାଲିକ, ସୁଦିପ୍ତ ପଣ୍ଡା, ରମେଶ ସାମଲଙ୍କ ସମେତ ବହୁ ବ୍ଲକ ଓ ପଂଚାୟତସ୍ତରୀୟ କାର୍ୟ୍ୟକର୍ତା ସାମିଲ ହୋଇଥିଲେ ।

Comments are closed.