ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ଭାସିଗଲେ ୭ – ୨ଜଣଙ୍କର ମୃତ ଦେହ ଉଦ୍ଧାର, ଅନ୍ୟଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର , ୪ ନିଖୋଜ

ଭୁବନେଶ୍ୱର/ଯାଜପୁର- ରଙ୍ଗ ଖେଳିସାରି ନଦୀରେ ଗାଧୋଇବା ବେଳେ ୭ ଜଣ ଭାସିଯାଇଥିବା ସୂଚନା ମିଳିଛି । ଯାଜପୁର ବଡସୁଆଁର ଗାଁ ନିକଟସ୍ଥ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଏହି ଘଟଣା ଘଟିଛି । ଅପରାହ୍ନ ସମୟରେ ୭ ଜଣଙ୍କ ସାଙ୍ଗ ରଙ୍ଗ ଖେଳି ସାରିବା ପରେ ଏଠାକୁ ଗାଧୋଇବା ପାଇଁ ଆସିଥିଲେ । ହେଲେ ପ୍ରଖର ସୁଅ ଥିବାରୁ ସମସ୍ତେ ଭାସିଯାଇଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ୪ ଜଣ ଏବେ ବି ନିଖୋଜ ଅଛନ୍ତି । ନଦୀରେ ଭାସିଯାଇଥିବା ସମସ୍ତଙ୍କ ବୟସ ୧୫ରୁ ୨୧ ବର୍ଷ ହେବ ବୋଲି ଜଣା ପଡିଛି ।

ବଡସୁଆଁର ଗାଁରେ ଦୋଳ ଏବଂ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ଏମାନେ ସମସ୍ତେ ଗାଧୋଇବା ପାଇଁ ଖରସ୍ରୋତା ନଦୀ ତୁଠକୁ ଆସିଥିଲେ । ପ୍ରବଳ ସୁଅ ଥିବାରୁ ସମସ୍ତେ ଭାସିଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍‌ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ୫ ଜଣଙ୍କର କୌଣସି ଖୋଜ ଖବର ମିଳି ନଥିବା ଜଣା ପଡିଛି । ଗୁରୁତର ଭାବେ ଉଦ୍ଧାର ହୋଇଥିବା ଯୁବକଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

Comments are closed.