ପୂର୍ବରୁ ଅଟକି ରହିଥିବା ଟ୍ରକକୁ ଧକ୍କା ଦେଲା ସ୍କୁଟି; ସାନ ଭଉଣୀ ମୃତ, ବଡ ଭଉଣୀ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପୂର୍ବରୁ ଅଟକି ରହିଥିବା ଏକ ଟ୍ରକକୁ ସ୍କୁଟିଟି ପଛରୁ ଧକ୍କା ଦେଇଥିଲା।  ଫଳରେ ଘଟଣା ସ୍ଥଳରେ ସାନ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭଉଣୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ବଡ ଭଉଣୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀ ହେଉଛନ୍ତି ନେଉଳପୁର ଗାଁର ସନ୍ତୋଷ କୁମାର ବେହେରାଙ୍କ ମଝିଆଁ ଝିଅ ଶ୍ୱେତା ଏବଂ ଆହତ ବଡ଼ ଝିଅ ସଂଗୀତା । ଉଭୟ ସ୍କୁଟିରେ ଜାରକାକୁ ଟିଉସନ ହେବା ପାଇଁ ଆସୁଥିଲେ ।

 

Comments are closed.