ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ

ଯାଜପୁର:ଦୁର୍ଘଟଣାରେ ଜଳିଗଲା ଟ୍ରକ୍ ଓ ବାଇକ୍ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଛକ ନିକଟରେ । ଶୁକ୍ରବାର ୧୬ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ବାଇକର ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡି ରାଜପଥ ଉପରେ ଜଳିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଉଭୟ ଟ୍ରକ ଚାଳକ ଓ ବାଇକ ଆରୋହୀ ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି । ରସୁଲପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣା ପରେ ରାଜପଥରେ ଗାଡି ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ କୁଆଖିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି ।

Comments are closed.