ଯାଜପୁର ସ୍ଥିତି ଜଟିଳ : ୩୬ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ସମସ୍ତଙ୍କର ରହିଛି କଲିକତା ସଂଯୋଗ

ଭୁବନେଶ୍ବର (ବ୍ୟୁରୋ): ଦିନକୁ ଦିନ ଜଟିଳ ହେଉଛି ଯାଜପୁର ସ୍ଥିତି । ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୭ ଜଣ ନୂଆ ସଂକ୍ରମିତ ଠାବ ହେବା ପରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଆଜି ସକାଳେ ୩ ଜଣ ଯାଜପୁର ଜିଲାର କଟିକଟା ଅଞ୍ଚଳରୁ ଚିହ୍ନଟ ହୋଇଥିଲେ । ପୁଣି ଅପରାହ୍ନରେ ଆଉ ୧୪ ଜଣଙ୍କ ନମୁନା ପଜିଟିଭ୍ ବାହାରିଛି । ଏହି ସମସ୍ତଙ୍କର ଗୋଟିଏ ସମାନତା ରହିଛି ତାହା ହେଉଛି ‘କଲିକତା’  ସଂଯୋଗ । ରାଜ୍ୟ ସରକାର ସଂକ୍ରମିତଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ସଂକ୍ରମିତମାନେ କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ମିଳିଥିବା ଜଣାପଡ଼ିଛି । ଏମାନେ ସମସ୍ତେ କଲିକତାରୁ ଫେରିଥିଲେ । ଦୁଇଜଣ ପୁରୁଷ ୬୫ ଓ ୫୬ ବର୍ଷର ସ ଜଣେ ଯୁବତୀ ୧୮ ବର୍ଷର ଥିଲେ ।

ଅନ୍ୟପକ୍ଷରେ ଅପରାହ୍ନରେ ଚିହ୍ନିତ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ  ୧୪ ଜଣଙ୍କର ରହିଛି କୋଲକାତା ଲିଙ୍କ । ୧୪ ଆକ୍ରାନ୍ତଙ୍କରୁ ୮ ଜଣ ପୁରୁଷ, ୬ ଜଣ ମହିଳା । ସେମାନଙ୍କ ମଧ୍ୟରୁ ୨ ଶିଶୁ (ଜଣେ ପୁଅ, ଜଣେ ଝିଅ) । ସମସ୍ତେ ଯାଜପୁର କଟିକଟା କଣ୍ଟେନମେଣ୍ଟ ଜୋନର । ଆକ୍ରାନ୍ତଙ୍କ ମଧ୍ୟରେ ୩ ବର୍ଷ ୨ ଜଣ ଶିଶୁ (ପୁଅ, ଝିଅ) । ୨୯ ବର୍ଷୀୟ ଯୁବକ, ୩୮ ବର୍ଷୀୟ ପୁରୁଷ, ୩୫ ବର୍ଷୀୟ ପୁରୁଷ, ୪୦ ବର୍ଷୀୟ ମହିଳା, ୨୯ ବର୍ଷୀୟ ପୁରୁଷ, ୨୦ ବର୍ଷୀୟ ଯୁବତୀ, ୮୫ ବର୍ଷୀୟା ବୃଦ୍ଧା, ୩୪ ବର୍ଷୀୟ ପୁରୁଷ, ୩୬ ବର୍ଷୀୟ ମହିଳା, ୧୨ ବର୍ଷୀୟ ବାଳକ, ୫୨ ବର୍ଷୀୟ ମହିଳା ଏବଂ ୬୨ ବର୍ଷୀୟ ପୁରୁଷ ଅଛନ୍ତି ।

Comments are closed.