ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୋରୋନା ସହାୟତା ପ୍ରଦାନ

ଯାଜପୁର : ଯାଜପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜସେବା ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବସ୍ତିରେ କୋରୋନା ସହାୟତା ପ୍ରଦାନ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ବସୁବନ୍ଧୁ ଦାସ ଏବଂ ରୋଟାରିଆନ ଗିରିଶ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଅଂଚଳରେ ବୁଲି ବୁଲି ଶୁଖିଲା ଖାଦ୍ୟ, ସାବୁନ, ମାସ୍କ ଆଦି ବଣ୍ଟନ କରିଥିଲେ । ଏଥିସହିତ ପ୍ରତ୍ୟେକଙ୍କୁ ହାତ ଧୋଇବାର କୌଶଳ ଶିଖାଇବା ସହିତ ପରିଷ୍କାର ଓ ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଭଳି କାର୍ଯ୍ୟକ୍ରମରେ ସୂର୍ଯ୍ୟାଲୋକ ଅନୁଷ୍ଠାନର ଅସିତ ଅଂଶୁମାନ ରାଉତରାୟ, ଲୋକନାଥ ସାହୁ, ମହେଶ୍ୱର ନାଥ ଓ ମନୋଜ ବେହେରା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ବଣ୍ଟନ ସହ ସଚେତନ କରାଇଥିଲେ । ଅନୁଷ୍ଠାନର ଏପରି କାର୍ୟ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।

Comments are closed.