ଯାଜପୁରରେ ୩ ନିଜାମୁଦ୍ଦିନ ଫେରନ୍ତା

ଯାଜପୁର : ଦିଲ୍ଲୀର ନିଜାମୁଦ୍ଦିନ ଧର୍ମ ସଭାକୁ ଯାଜପୁର ଜିଲାର ୩ ଜଣ ଯାଇଥିଲେ ବୋଲି ଗୁରୁବାର ଜିଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଥଣ୍ଡା, ଜ୍ବରର ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ନିଜାମୁଦ୍ଦିନରୁ ଫେରିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଛି । ସେହିପରି ଅନ୍ୟ ଦୁଇ ଜଣଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.