ନିଜାମୁଦ୍ଧିନ ସମାବେଶରେ ଯୋଗ ଦେଇଥିବା ଯାଜପୁରରୁ ଜଣେ ବ୍ୟକ୍ତି ଚିହ୍ନଟ

ଯାଜପୁର: ଦିଲ୍ଲୀ ନିଜାମୁଦ୍ଧିନରେ ଅନୁଷ୍ଠିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଯାଜପୁର ଜିଲାର ବୋଲି ଜଣାପଡିଛି । ଏହି ବ୍ୟକ୍ତିଙ୍କର ଥଣ୍ଡା ଜ୍ୱର ଲକ୍ଷଣ ଦେଖା ଦେଇଥିବାରୁ ତାଙ୍କ ସପରିବାରଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ଯାଜପୁର ଜିଲାରେ ଭୟର ବାତାବରଣ ଦେଖାଦେଇଛି । ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି ।

Comments are closed.