ଦୁର୍ବୃତ୍ତଙ୍କ କଟୁରୀ  ଚୋଟରେ ବୃଦ୍ଧଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ସଦର ଥାନା ମିରପାଟଣା ଗ୍ରାମରେ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ମିରପାଟଣା ଗ୍ରାମର ଆଦିକନ୍ଦ ବିଶ୍ଵାଳ (୭୨) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଦିକନ୍ଦ ବୁଧବାର ସନ୍ଧ୍ୟାରେ ହରିପୁର ବଜାରରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ଘର ନିକଟରେ ଅନ୍ଧାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଯାଜପୁର ମେଡିକାଲରେ ଭର୍ତି କରିଥିଲେ । ହେଲେ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପଡୋଶୀ ଲୋକେ ହତ୍ୟାକାଣ୍ଡ ଭିଆଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Comments are closed.