ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ଜାତୀୟ ସମ୍ମାନ

ଯାଜପୁର: ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ ମିଳିଛି ଜାତୀୟ ସମ୍ମାନ। ଲାଲ ବହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଆଡମିନିଷ୍ଟ୍ରେସନରେ  ସେ ସହରୀ ବିକାଶ ସମ୍ପର୍କରେ ଏକ ସବିଶେଷ ରିପୋର୍ଟ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ଏହି ରିପୋର୍ଟରେ ସେ ଯାଜପୁର ସହରର କେତେକ ପ୍ରକଳ୍ପକୁ ମଡେଲ ଭାବେ ଉପସ୍ଥାପନ କରିଥିଲେ । ଯାହାକୁ ସମଗ୍ର ଦେଶରୁ ଆସିଥିବା ପ୍ରତିନିଧିମାନେ ବେଶ ପ୍ରଶଂସା କରିଥିଲେ। ଏହି ରିପୋର୍ଟ ଉପସ୍ଥାପନ କରି ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜିଲାପାଳ ଶ୍ରୀ ଦାସ । ଏଥିପାଇଁ ଜିଲ୍ଲାପାଳ ପାଖକୁ ଯାଜପୁର ବାସୀଙ୍କ ପକ୍ଷରୁ ଅନେକ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି । ସେ ଏକାଧାରାରେ ଜଣେ ସୁପ୍ରଶାସକ, କବି,ଗୀତିକାର । ସେ ଯାଜପୁର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଉପରେ ଅନେକ ଭଜନ ଓ ଆଧୁନିକ ଗୀତ ମଧ୍ୟ ଲେଖିଛନ୍ତି ।

Comments are closed.