ପୁଅ ମାଡ଼ରେ ମାଆ ଗୁରୁତର

ଯାଜପୁର: ଜନ୍ମ କଲା ପୁଅ ମାଡ଼ରେ ମାଆ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ମାନପୁର୍ ଗ୍ରାମରେ । ଯାହାକି ଯାଜପୁରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ରକରି ୭୮ବର୍ଷୀୟ ନିଜର ଜନ୍ମ କଲା ମାଆକୁ ପୁଅ, ବୋହୁ ଓ ନାତି ନାତୁଣୀ ମାରି ଲହୁଲୁହାଣ କରି ବାହାରେ ଫିଙ୍ଗି ଦେଇଛନ୍ତି। ଏବେ ବୃଦ୍ଧା ମହିଳା ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର୍ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାପଡ଼ଛି । ଟମକା ପୁଲିସ ଖବର ପାଇ ଘଟଣାର ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଛି ।

Comments are closed.