ଶିଶୁ ମୃତ୍ୟୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଯାଜପୁର: ଯାଜପୁରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଦିନର ଶିଶୁପୁତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ପରିବାରଲୋକେ ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ଶିଶୁପୁତ୍ର ଯାଜପୁରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଥିଲା। ରବିବାର ରାତିରେ ଶିଶୁଟି ହଠାତ୍ ଅସୁସ୍ଥ ହେବାରୁ ସମ୍ପର୍କୀୟ ଡାକ୍ତରଙ୍କୁ ଜଣାଇଥିଲେ । ଚିକିତ୍ସା କରୁଥିବା ଡ଼ାକ୍ତର ନହାନ୍ତି କହି ଦାୟିତ୍ବରେ ଥିବା ଡାକ୍ତର ଫେରାଇ ଦେଇଥିଲେ । ପରେ ସେ ଚିକିତ୍ସା କରୁଥିବା ଡାକ୍ତରଙ୍କ କ୍ବାର୍ଟର୍ସକୁ ଯାଇ ଜଣାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ସକାଳେ ସହରର ଏକ ଚିକିତ୍ସା କେନ୍ଦ୍ରକୁ ନେଇ ଯିବାକୁ  କହିଥିଲେ। ଶିଶୁକୁ ଧରି ଚିକିତ୍ସା କେନ୍ଦ୍ରକୁ ଯାଇଥିଲେ ହେଁ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ୍ୟୁ ଘୋଷଣା କରିଥିଲେ ।

Comments are closed.