ମନୋହରପୁରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲା ଦାନଗଦୀ ବ୍ଳକ ମନୋହରପୁର ଠାରେ ସୋମବାର ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୋସିଆଲ ସପୋର୍ଟ ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ଶିବିରରେ ଚକ୍ଷୁ, ଶିଶୁ ଓ ମେଡିସିନ୍ ବିଭିଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ଏଥିସହ ମଧୁମେହ ଓ ରକ୍ତଚାପ ଆଦି ପରିକ୍ଷା କରାଯିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳର ବହୁ ଲୋକ ଏଠାକୁ ଆସି ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ସ୍ଥାନୀୟ ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ତତ୍ୱାବଧାନରେ ପ୍ରଥମଥର ଏଭଳି ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିଥିବାରୁ ସୋସିଆଲ ସପୋର୍ଟ ୟୁଥ କ୍ଲବର ସଦସ୍ୟ ମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

Comments are closed.